Star 750x430

ନୂଆଦିଲ୍ଲୀ : ଷ୍ଟାର ହେଲ୍‌ଥ ବୀମା କମ୍ପାନୀର ୩ କୋଟି ୨୦ ଲକ୍ଷ ଗ୍ରାହକଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି। ଜଣେ ହ୍ୟାକର ଏହି ତଥ୍ୟ ଚୋରି କରିନେଇଥିବା ଦାବି କରିଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ଗ୍ରାହକଙ୍କ ତଥ୍ୟ ଲିକ୍‌ କରାଯାଇଥିବା ହ୍ୟାକର ଜଣକ ସୂଚନା ଦେଇଛି। ଏହି ତଥ୍ୟ ସଂଗ୍ରହ କରିବା ପରେ ପ୍ରାୟ ୫୭ ଲକ୍ଷ ଟଙ୍କାରେ ସେସବୁକୁ ବିକ୍ରି କରିବା ପାଇଁ ହ୍ୟାକର ଜଣକ ସାମାଜିକ ଗଣମାଧ୍ୟମରେ ତାହାକୁ ପ୍ରଘଟ କରାଇଛି।
କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ଵୀକାର କରାଯାଇଛି। କମ୍ପାନୀ ସର୍ଭର ଉପରେ ସାଇବର ଆକ୍ରମଣ ହୋଇଥିବା କୁହାଯାଇଛି। ଏହାର ତଦନ୍ତ କରାଯାଉଛି। xenZen ନାମରେ ହ୍ୟାକର ଜଣକ ଏସବୁ ସମ୍ବେଦନଶୀଳ ତଥ୍ୟକୁ ଲିକ୍‌ କରିବା ନେଇ ସ୍ପଷ୍ଟ କରିଥିବାବେଳେ କମ୍ପାନୀ ପକ୍ଷରୁ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କୁହାଯାଇଛି।

Share