Image 1729166636

ଭୁବନେଶ୍ବର : ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ଏନେଇ ପୁଲିସ୍ ସଜବାଜ ଆରମ୍ଭ କଲାଣି। ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି ପୁଲିସ୍।
ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନା ଲଗାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ। ତେଣୁ ଏମାନେ କେତେ ଠକିଛନ୍ତି ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ଚାଲିଛି।
ସୂଚନା ମୁତାବକ ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

 

Share