Whatsapp Image 2024 10 29 At 12.02.53 Pm

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ ପାର୍ଟି ସଦସ୍ୟମାନେ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ସେମାବାର ସନ୍ଧ୍ୟାରେ ଭାରତୀୟ-ଆମେରିକୀୟ ନାଗରିକଙ୍କୁ ହ୍ୱାଇଟ୍‌‌ ହାଉସକୁ ନିମନ୍ତ୍ରଣ କରାଯାଇଥିଲା। ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଉପସ୍ଥିତିରେ ଧୁମଧାମରେ ଦୀପାବଳୀ ପର୍ବ ପାଳନ କରାଯାଇଛି। ଏହି ଅବସରରେ ବାଇଡେନ କହିଛନ୍ତି ଯେ ‘ହ୍ୱାଇଟ୍‌‌ ହାଉସ୍‌‌ କେବଳ ମୋର ଘର ନୁହେଁ, ଏହା ଆପଣଙ୍କ ଘର’। ବାଇଡେନଙ୍କ ବୟାନ ପରେ ହଲରେ ବସିଥିବା ଲୋକମାନେ ଖୁସି ବ୍ୟକ୍ତ କରିଥିଲେ। ଚଳିତ ନିର୍ବାଚନରେ କମଳା ହାରିସ ଡେମୋକ୍ରାଟିକ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ବେଳେ ସେ ମଧ୍ୟ ଭାରତୀୟ ବଂଶୋଦ୍ଭବ। ଏଭଳି ସ୍ଥିତିରେ ଆମେରିକାରେ ହିନ୍ଦୁ ସମାଜ ଉପରେ ତାଙ୍କର ସ୍ଥିତି ମଜବୁତ ଥିବା କୁହାଯାଉଛି। କିନ୍ତୁ କିଛି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭାରତୀୟଙ୍କ ସପୋର୍ଟ ମଧ୍ୟ ରହିଛି। ଆମେରିକାରରେ ପ୍ରାୟ ୨୬ଲକ୍ଷ ଭାରତୀୟ ବଂଶୋଦ୍ଭବ ଅଛନ୍ତି। ହ୍ୱାଇଟ ହାଉସରେ ଦୀର୍ଘ ବର୍ଷ ହେବ ଦୀପାବଳୀ ପର୍ବ ପାଳନ କରାଯାଉଛି।

Share