Rana 750x430

ମୁମ୍ବଇ : ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଖୁବଶୀଘ୍ର ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିବ। ରାଣା ଭାରତକୁ ଆସିବା ପରେ ଏଠାରେ ତା’ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ଆକ୍ରମଣରେ ସହିଦ ହୋଇଥିବା ଜଣେ କନଷ୍ଟେବଳଙ୍କ ବାପା। ତହବ୍ବୁର ମୂଳତଃ ପାକିସ୍ତାନୀ ହୋଇଥିବାବେଳେ କାନାଡ଼ାର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା।
ମୁମ୍ବଇ ଆକ୍ରମଣରେ ସହିଦ କନଷ୍ଟେବଳ ରାହୁଲ ସିନ୍ଦେଙ୍କ ବାପା ସୁଭାଷ ସିନ୍ଦେ କହିଛନ୍ତି, ୧୬୬ ଲୋକଙ୍କ ଜୀବନ ନେଇଥିବା ଆକ୍ରମଣ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ, ଯାହା ପ୍ରାଣ ହରାଇଥିବା ପୁଲିସ ଅଧିକାରୀ ଏବଂ ନାଗରିକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହି ଆକ୍ରମଣରେ ବହୁ ଲୋକଙ୍କୁ ହତ୍ୟା କରାଗଲା। ଏହାର ୧୬ ବର୍ଷ ବିତି ଯାଇଥିଲେ ବି ସେଦିନର ଘଟଣା ଆଜି ବି ଜୀବିତ ରହିଛି। ତହବ୍ବୁର ଭୂମିକା ସାମ୍ନାକୁ ଆସିଥିବାରୁ ତା’କୁ ଆମେ ଜେଲରେ ଜୀବିତ ରଖି ଛାଡ଼ିଦେବା ଉଚିତ ନୁହେଁ। ତା’କୁ ଫାଶୀ ଖୁଣ୍ଟରେ ଝୁଲାଇବା ଉଚିତ।

Share