Supreme Court 750x430

ନୂଆଦିଲ୍ଲୀ : ‘ପହଲଗାଓଁ’ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହିତ ଶୁଣାଣି କରିବାକୁ ମନା କରିଦେଇଥିଲେ।
ସର୍ବୋଚ୍ଚ ଅଦାଲତ କହିଥିଲେ, ଏହି ଘଟଣାକୁ ନେଇ ସମସ୍ତେ ସମ୍ବେଦନଶୀଳ ହେବା ସହିତ ଦାୟିତ୍ଵବାନ ହେବା ଜରୁରୀ। ବର୍ତ୍ତମାନ ଆବେଦନ କରିବାର ସମୟ ନୁହେଁ। ଏଭଳି କରି ସେନାର ମନୋବଳ ଦୁର୍ବଳ କରନ୍ତୁ ନାହିଁ। ଏଭଳି କଠିନ ସମୟରେ ସମସ୍ତେ ଦେଶ ସହିତ ଏକଜୁଟ ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Share