Kalabaisakhi Rain

ଭୁବନେଶ୍ୱର : ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ପବନ ବହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୪ ଉପକୂଳବର୍ତ୍ତୀ ଜିଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ମିଳିଛି ।

ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ମଙ୍ଗଳବାର ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି। ଏହାର ପ୍ରଭାବରେ ମଙ୍ଗଳବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ମଙ୍ଗଳବାର ଏବଂ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୩୦ ତାରିଖ ଯାଏ ବର୍ଷା ଜାରି ରହିପାରେ।
୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପବନର ବେଗ ୪୫ କି.ମି ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟର କିଛି ଜିଲାରେ ଘଡ଼ଘଡ଼ି ଓ ପବନ ସହିତ ବର୍ଷା ହୋଇପାରେ। ବୁଧବାର ଦିନ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବ। କୋରାପୁଟ ଓ ରାୟଗଡ଼ା ସମେତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ନୂଆପଡ଼ା ଜିଲା ପ୍ରଭାବିତ ହୋଇପାରେ। ଏହି ଦିନ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି।

ଅନ୍ୟପକ୍ଷେ ମୌସୁମୀ ବର୍ଷା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ଜୁନ ମାସରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି। ଜୁନ୍‌ରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ IMD ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ମେ ମାସରେ ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛି। କେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛି। ଦକ୍ଷିଣ ଭାରତ ଏବଂ ମହାରାଷ୍ଟ୍ରରେ ମୌସୁମୀ ପହଞ୍ଚି ସାରିଛି। ମୌସୁମୀ ଅଗ୍ରସର ନେଇ ଦେଶରେ ପାଗ ଅନୁକୂଳ ରହିଥିବା IMD ଡିଜି ମହାପାତ୍ର ସୂଚନା ଦେଇଛନ୍ତି।

Share