ବୌଦ୍ଧ ଜିଲ୍ଲାରେ ଏକ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖବର ଅନୁସାରେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ାକୁ ରେକଡୋଲ ଦେଇ ବଲାଙ୍ଗୀର ଜିଲ୍ଲା ସହିତ ସଂଯୋଗ କରୁଥିବା ମାଣ୍ଡିଆ ଜୋରରେ ସମଲେଶ୍ୱରୀ ସେତୁ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି ।
ସୂଚନାନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଘଣ୍ଟାପଡା ଠାରୁ ରେକଡୋଲ ଦେଇ ବୌଦ୍ଧରୁ ବଲାଙ୍ଗୀର ଜିଲ୍ଲାକୁ ଯୋଗାଯୋଗ କରୁଥିବା ରାସ୍ତାର ମାଣ୍ଡିଆ ଜୋରର ସମଲେଶ୍ୱରୀ ନାଳର ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହୋଇଛି।
ଫଳରେ ଏହି ରାସ୍ତା ରେ ଯିବା ଆସିବା ଠପ ହୋଇ ଯାଇଛି ।
ଗତକାଲି ରାତିରେ କଣ୍ଟାମାଳ ଅଞ୍ଚଳରେ କାଳବୈଶାଖୀ ପ୍ରାକ୍ ମୌସୁମୀ ପ୍ରବଳ ବର୍ଷା ହେବା ଫଳରେ ନାଳ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳର ଘଣ୍ଟାପଡ଼ା କୁଲୁତାଜୋର୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି ।