Death 9

କଟକ : କଟକ ଯୋବ୍ରା ସ୍ଥିତ ଏକ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡିଛି । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ।

ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ବୋଲି ଭଡାରେ ରହୁଥିବା ଅନ୍ୟ ସାଥିମାନେ କହିଛନ୍ତି । ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବା ସହ କଳ୍ପନାଙ୍କ ପରିବାର ଲୋକଙ୍କୁ ଏ ନେଇ ଅବଗତ କରିଛନ୍ତି ।

Share