ନନ୍ଦନକାନନ: ନନ୍ଦନକାନନରେ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ନନ୍ଦନକାନନରେ ବାଘସଂଖ୍ୟା ୨୯କୁ ବୃଦ୍ଧି ହେଲା। ଗତକାଲି ରାତିରେ ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ କରିଛି । ଗୋଟିଏ ଛୁଆ ଧଳା ହୋଇଥିବାବେଳେ ଅନ୍ୟଟି ସାଧାରଣ ରଙ୍ଗର ହୋଇଛି । ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରଉଥିବା ଦେଖିବାକୁ ମିଳିଛି ।
୩୦ ଜୁଲାଇ ୨୦୨୪ ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା । ତିନୋଟି ଶାବକ ଜନ୍ମ ଦେଇଥିଲା । ତେବେ ସେମାନଙ୍କର ଠିକ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଶନିବାର ପୁଣି ଧଳା ବାଘୁଣୀ ମୌସୁମୀ ଦ୍ବିତୀୟ ଥର ମାଆ ହୋଇଛି । ଦୁଇଟି ଶବକ ସୁସ୍ଥ ଥିବା ଜଣାପଡିଛି । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି ।