ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ଚାଲିଗଲା ଜୀବନ ।
ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ହଠାତ୍ ସମସ୍ତ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଶ୍ରମିକମାନେ ଅଚେତ ହୋଇ ପଡିଯାଇଥିଲେ । ଘଟଣାସ୍ଥଳରୁ ସମେତ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ବାବାଜୀ ମାଝି ଓ ବାପି ମାଝୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ ।
ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।