Covid19

କଟକ : ରାଜ୍ୟରେ ଆଉ ୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କଟକରେ କେବଳ ୨୨ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ସମସ୍ତ ଘରେ ଚିକିତ୍ସତ ଅଛନ୍ତି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । କୋଭିଡ ନେଇ ଭୟଭୀତ ନହେବାକୁ ସହିତ ଯଦି ବି କୌଣସି ବ୍ୟକ୍ତିଙ୍କ ପାଖରେ କରୋନାର ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେମାନେ ଘରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସିଡିଏମଓ ଡାକ୍ତର ପ୍ରଶାନ୍ତ ହୋତା ।

ଅନ୍ୟପଟେ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା । ତେବେ ଆଗକୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।

ସେପଟେ ଦେଶରେ ମଧ୍ୟ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ସୁଦ୍ଧା ୬ ହଜାର ପାର୍ ହେଲାଣି ପଜିଟିଭ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Share