Screenshot 2025 06 12 082710 750

ଯାଜପୁର: ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଛି । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲ୍‌ରୁ ପଜିଟିଭ୍‌ ଚିହ୍ନଟ ହୋଇଛି । ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଯାଜପୁର ସିଡିଏମ୍‌ଓ ।

ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଗତକାଲି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡ଼ା ଆଶୁତୋଷ ବିଶ୍ବାସ । ଏହି ପ୍ରରିପେକ୍ଷିରେ ସେ କହିଛନ୍ତି ଯେ, ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ।

ଯାଜପୁର ପରେ ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢ଼ିଛି ମୃତ୍ୟୁ ସଂଖ୍ୟା । ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ପରେ ପରେ କେନ୍ଦ୍ରାପଡ଼ା, କଟକ ଟାଙ୍ଗୀ, ଚୌଦ୍ବାର, ବାଙ୍କୀରେ ମଧ୍ୟ ଡାଇରିଆ ବ୍ୟାପିବାରେ ଲାଗିଛି ।

Share