ନ୍ୟୁୟର୍କ: ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟୀକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ।
ଉଲ୍ଲେଖଯୋଗ୍ୟ ଯେ ଏହି ଟୀକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟୀକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଟୀକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟୀକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି।
ଆମେରିକାର ବାୟୋ ଫାର୍ମା ଏକ ପ୍ରତିରୋଧକ ଔଷଧ ଭାବରେ ଲେନାକାପାଭିର ପ୍ରସ୍ତୁତ କରିଛି। ଏହି ଟୀକାର ପ୍ରଭାବ ଉପରେ ତିନିଟି ଗବେଷଣା କରାଯାଇଥିଲା। ତିନୋଟି ପ୍ରମୁଖ ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ଏହି ଇଞ୍ଜେକ୍ସନ ନେବା ପରେ, ମହିଳାଙ୍କଠାରେ ଶୂନ୍ୟ (୧୦୦%) ସଂକ୍ରମଣ ହୋଇଥିଲା, ଏବଂ ପୁରୁଷମାନଙ୍କଠାରେ କେବଳ ୦.୧% ସଂକ୍ରମଣ ଦେଖାଯାଇଥିଲା। ଏହି ଗବେଷଣା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ହୋଇଥିଲା।
