Flood 2 1

ଜଳେଶ୍ୱର : ଫୁଲୁଛି ସୁବର୍ଣ୍ଣରେଖା । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡଖଣ୍ତ ଗାଲୁଡିହି ବ୍ଯାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ତେବେ ବନ୍ଯା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ଅଧିକାରୀ । ଗତ ୨ ଦିନ ପୂର୍ବେ ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ମୌସୁମୀର ଆଗମନ ହୋଇଥିବାବେଳେ ରାଜ୍ୟରେ ବନ୍ୟା ସ୍ଥିତି ଦେଖାଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି ।

Share