Admission ug

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ ଲେଖାଇ ପାରିବେ ବୋଲି ଜଣାପଡିଛି ।

ସେହିପରି ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି କରିପାରିବେ । ଏଥିପାଇଁ ଫ୍ରିଜ୍‌, ସ୍ଲାଇଡ୍‌, ଫ୍ଲୋଟ୍‌ ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରୀଛାତ୍ର ଏହା କରିପାରିବେ ବୋଲି ସୂଚନା ରହିଛି ।

ବିଭାଗ ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସିଟ୍ ନିଶ୍ଚିତ କରିବା ଏବଂ ଅଯୋଗ୍ୟତାକୁ ଏଡାଇବା ପାଇଁ ସଂଶୋଧିତ ସମୟସୀମା ମଧ୍ୟରେ ସେମାନଙ୍କର ଆଡମିଶନ ଫର୍ମାଲିଟିଜ ସମାପ୍ତ କରିବାକୁ ଅନୁରୋଧ କରିଛି । ବିଭାଗ କହିଛି ଯେ, ଯୋଗ୍ୟ ଛାତ୍ରଛାତ୍ରୀମାନେ କୌଣସି ଫାଇନ ବିନା ବିଚାରାଧୀନ ଆବଶ୍ୟକତା ପୂରଣ କରିବା ପାଇଁ ଏହି ବର୍ଦ୍ଧିତ ସମୟସୀମା ବ୍ୟବହାର କରିପାରିବେ ।

Share