ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ ଆଜି ବି ଦ୍ଵିତୀୟ ଦିନରେ ସୁନ୍ଦରଗଡ, ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି | ବାସ୍ତବରେ ଗତକାଲିଠାରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା।
ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିଲା । ଆଜିର ଚଢ଼ଉ ବିଷୟରେ କହିବାକୁ ଗଲେ ସୁନ୍ଦରଗଡରେ ସ୍ବର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘରେ ଚଢ଼ଉ ଚାଲିଛି | କୁହାଯାଉଛି ଯେ ନବଙ୍କ ପୁଅ କରିଥିବା ବେନାମୀ କମ୍ପାନୀରେ ସଞ୍ଜୟ କୁଆଡେ ନିବେଶ କରିଥିଲେ |