ଜୟପୁର : ଏସବିଆଇର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସବିଆଇ ଜୟପୁର ମୁଖ୍ୟ ଶାଖାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଞ୍ଚଳିକ ପ୍ରବନ୍ଧକ ସୁବାସଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧା ଏବଂ ଜୟପୁର ଏସବି ଆଉ ମୁଖ୍ୟ ଶାଖା ପ୍ରବନ୍ଧକ ହିରଣ୍ମୟ କୁମାର ପାଢ଼ୀଙ୍କ ନେତୃତ୍ବରେ ଆୟୋଜିତ ଶିବିରକୁ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଉଦ୍ଘାଟନ କରିଥିଲେ। ଶିବିରରୁ ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ଦିନ ତମାମ ପଚୁର ବର୍ଷା ସତ୍ତ୍ବେ ଶିବିରକୁ ଆବାଳବୃଦ୍ଧା ବନିତା ଉତ୍ସାହର ସହ ଆସି ରକ୍ତଦାନ କରିଥିଲେ। କିଛି ରକ୍ତଦାତା ପ୍ରଥମଥର, କିଛି ଏକାଧିକାର ରକ୍ତଦାନ କରିଥିବା ବେଳେ ଦମ୍ପତ୍ତି ମଧ୍ୟ ରକ୍ତଦାନ କରିଥିଲେ।
ଏଥିରେ, ଶିବା ସ୍ଵଚ୍ଛାସେବୀ ସଂଗଠନର ସମସ୍ତ କର୍ମକରତା, ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ର NCC ଛାତ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଦାନ କେନ୍ଦ୍ର ର କମଚାରୀ ଯୋଗଦେଇଥିଲେ ,ଏହି ରକ୍ତଦାନ ଶିବିର କୁ ଆଞ୍ଚଳିକ ପ୍ରବନ୍ଧକ ଓ ଜୟପୁର ମୁଖ ଶାଖା ପ୍ରବନ୍ଧକ ପରିଚାଳନା କରିବା ସହ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ, ଏହି କାର୍ଯ୍ୟ କୁ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ ଶୁଭ୍ରାଂଶୁ ନନ୍ଦ,ମୁଖ୍ୟ କାର୍ଯ୍ୟଳୟ ର ବି.ପବନ କୁମାର , ପଙ୍କଜ କୁମାର ମାଝୀ, ଓ ଶାଖାର ସମସ୍ତ ର୍କମଚାରୀ ଯୋଗ ଦେଇ ସଫଳତାର ସହ ସମ୍ପାଦନ କରିଥିଲେ | ଏଥିରେ ଜୟପୁର ର ଏସବିଆଇ ର ୩ଟି ଶାଖା ଏବଂ ଅନ୍ୟାନ୍ୟ ଶାଖାର କର୍ମଚାରି ମାନେ ଯୋଗ ଦେଇଥିଲେ