Krushna

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଆମ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଥିବାବେଳେ, ଆହୁରି ୪ଶହରୁ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି ।

ମିଲ୍ ଖୋଲିଲେ ସରକାର ୫୦ ପ୍ରତିଶତ ସବ୍‌ସିଡି ଦେବେ । ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଯାଉଛି । ବଳକା ୧୨ରୁ ୧୫ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖରେ ରହୁଛି । ନୂଆ ପଲିସି କରାଯିବ, ବଳକା ଚାଉଳକୁ ରପ୍ତାନୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

Share