Mother killer

ବ୍ରହ୍ମପୁର/ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦନ୍ତାରିବଗଡ଼ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦ ଓ ଭତ୍ତା ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ନିଜ ଜନ୍ମକଲା ମାଆର ତଣ୍ଟି ଚିପି ହତ୍ୟା କରିଦେଲେ ବଡ଼ ପୁଅ ଓ ବୋହୂ । ମୃତ ମାଆ ଜଣଙ୍କ ହେଲେ ୭୫ ବର୍ଷୀୟା ଲକ୍ଷ୍ମୀ ବରାଡ଼ ।

ଖବର ଅନୁଯାୟୀ, ଜମିବାଡ଼ି ଚାଷ କରିବା ଓ  ଭାଗବଣ୍ଟା ସହ ବାପା ମାଆଙ୍କ ଭତ୍ତା ଟଙ୍କାକୁ ନେଇ ଘରେ ବିବାଦ ଲାଗିରୁହେ । ବଡ଼ ପୁଅ ପ୍ରମୋଦ ବରାଡ ଓ ବୋହୂ ପ୍ରତିମା ବାରାଡ ପ୍ରତ୍ୟେକ ଦିନ ବାପା ଉଦୟ ନାଥ ବରାଡ ଓ ମାଆ ଲକ୍ଷ୍ମୀ ବରାଡଙ୍କ ସହ ଝଗଡା କରି ଆସୁଥିଲେ l ଏପିରିକି ଶନିବାର ଉଭୟଙ୍କ ମଧ୍ୟରେ  ରାତି ୮ ଟାରୁ ୧୦ ପର୍ଯ୍ୟନ୍ତ ଝଗଡା ଓ ବଚସା ହୋଇଥିଲେ l ଶେଷରେ ବଚସାକୁ କେନ୍ଦ୍ର କରି ବଡ ପୁଅ ଓ ବୋହୂ ମାଆ ଲକ୍ଷ୍ମୀ ବରାଡଙ୍କୁ ତଣ୍ଟି ଚିପି ଦେଇଥିଲେ l ଗୁରୁତର ଅବସ୍ଥାରେ ମା ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଝିଅ ମାନେ ବିଳମ୍ବିତ ରାତିରେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Share