Skip to content
ଗୋପ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ଗାଧୋଇବା ବେଳେ ସମୁଦ୍ରଭିତରକୁ ଚାଲିଯାଇଥିଲେ ଜଣେ ଯୁବକ । ସଙ୍ଗେ ସଙ୍ଗେ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଯୁବକଙ୍କ ନାମ ପିଣ୍ଟୁ ପଟ୍ଟନାୟକ (୨୦ବର୍ଷ) । ତାଙ୍କ ଘର କଟକ ଜିଲ୍ଲା ପାହାଳ ଅଞ୍ଚଳ ବୋଲି ଜଣାପଡିଛି ।ସାଙ୍ଗମାନଙ୍କ ସହିତ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗାରେ ବଣଭୋଜି କରି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିବାବେଳେ ଘଟିଛି ଅଘଟଣ ।
ସେହିପରି ଅନ୍ୟ ଏକ ଅଘଟଣ ଘଟିଛି ଚନ୍ଦ୍ରଭାଗା ସମୁଦ୍ରରେ । ଗାଧୋଇବା ବେଳେ ଭାସିଗଲେ ଆଉ ଦୁଇ ଜଣ ଯୁବକ । ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭୁବନେଶ୍ୱରର ଏକ କାର ମରାମତି କମ୍ପାନୀରେ କାମ କରୁଥିଲେ ବୋଲି ଚମ୍ପାହାର ଅଗ୍ନିଶମ ବାହିନୀ ଅଫିସରଙ୍କ ସୂଚନା । ମୋଟ ତିନି ଜଣ ସମୁଦ୍ରରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ।