ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର।
ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ସୁରୁଙ୍କ ମନରେ ନାହିଁ ନଥିବା ଉତ୍ସାହ। ସୁରୁ ଜଣେ ସବୁଠୁ ନିଆରା ମଣିଷ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିଥିବାରୁ ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସରେ ଯୋଗଦେବା ସହ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

