ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନ ସମେତ କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ତ୍ରୀ ନାମରେ ଥିବା ଘର, ବାଲିଗୁଡ଼ାରେ ଥିବା ତାଙ୍କର ଆଉ ଏକ ଘର, ଦାରିଙ୍ଗବାଡ଼ିରେ ଥିବା ଶ୍ରୀ ସାହୁଙ୍କ ଘର, ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କରଡପଡ଼ା ଗାଁରେ ଥିବା ଶ୍ବଶୁର ଘର, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଯୋଗିଆପଲ୍ଲୀ ଓ ଭଞ୍ଜନଗର ଦୋମୁହାଣୀରେ ଥିବା ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ।
ଶ୍ରୀ ସାହୁ ଗତ ୨୦୨୩ ମସିହା ଅଗଷ୍ଟ ୧୦ ତାରିଖଠାରୁ କାଶୀପୁରରେ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି। କାଶୀପୁର ବନାଞ୍ଚଳରେ ଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢ଼ଉ କରାଯାଇଥିଲା।

