Img 20250920 135514 scaled e1758454624542 1068x652
ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ବହୁ ପ୍ରତିକ୍ଷୀତ ଶୌଚାଳୟ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ଗତ ୧୪ତାରିଖରେ ଉଦ୍ଘାଟନ ହେବା ୫ଦିନ ପରେ ଆଉ ଏକ ସୂଚନା ଫଳକ ଲଗାଯିବା ଅନୁଦାନ ଅର୍ଥ ବିନିଯୋଗକୁ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି । ଗତ ୧୪ତାରିଖରେ ଶୌଚାଳୟର ଶୁଭ ଉଦଘାଟନ ଅବସରରେ ଲାଞ୍ଜିଗଡ଼ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଶୌଚାଳୟ ନିର୍ମାଣ କରାଯାଇଥିବା କହିଥିଲେ । ହେଲେ ସେହିଦିନ ଲାଗିଥିବା ସୂଚନା ଫଳକରେ ପୁରୁଷ ଶୌଚାଳୟ ନିର୍ମାଣ ଅଟକଳ ମୂଲ୍ୟ ୧୦ଲକ୍ଷ ଟଙ୍କା ଲେଖା ଯାଇଥିଲା । ସେତେବେଳେ ବାକି ୧୦ଲକ୍ଷ ଟଙ୍କା କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ ଉଠାଇଥିଲେ । ଏନେଇ ଗତ ୧୫ତାରିଖରେ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଶୌଚାଳୟର ପୂର୍ବ ଦିଗରେ ଆଉ ଏକ ସୂଚନା ଫଳକ ଲଗାଯାଇଛି । ଯେଉଁଥିରେ ମହିଳା ଶୌଚାଳୟ ନିର୍ମାଣ ଏବଂ ଅଟକଳ ମୂଲ୍ୟ ୧୦ଲକ୍ଷ ଟଙ୍କା ଲେଖା ଯାଇଛି । କିନ୍ତୁ କାର୍ଯ୍ୟ ଆରମ୍ଭ ଏବଂ କାର୍ଯ୍ୟ ଶେଷ ତାରିଖ ଉଲ୍ଲେଖ ନାହିଁ ।
ଖୋଦ ବିଧାୟକ ଉଦଘାଟନ କରିବା ସମୟରେ ଅନ୍ୟ ସୂଚନା ଫଳକ କାହିଁକି ଲଗା ଯାଇନଥିଲା ‘।କିଛି ତଥ୍ୟ ଲୁଚାଇବା ପାଇଁ ଏପରି କରାଯାଇ ଥିଲା ନା ବ୍ୟାପକ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଏପରି କରାଯାଇଥିଲା ? ଏବେ ଅନ୍ୟ ସୂଚନା ଫଳକ ଲାଗିବା ପରେ ଶୌଚାଳୟ ନିର୍ମାଣରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କି ବୋଲି ପ୍ରଶ୍ନ ଉଠିଛି । ଶୌଚାଳୟରେ କେଉଁ ଅତ୍ୟାଧୁନିକ ସାମଗ୍ରୀ ଲଗା ଯାଇଛି ଯେ ଏତେ ଟଙ୍କା ଖର୍ଚ୍ଚ ହେଲା ବୋଲି ଅଭିଯୋଗ ହେଉଛି । ଯଦି ପୁରୁଷ ଓ ମହିଳା ଶୌଚାଳୟ ନିର୍ମାଣ କାମ ଭିନ୍ନ ଭିନ୍ନ ଥିଲା, ତେବେ ସୂଚନା ଫଳକ ଅନୁଯାୟୀ ୧୦ଲକ୍ଷ ଟଙ୍କା ବ୍ୟୟରେ କେବଳ ପୂର୍ଣ୍ଣାଙ୍ଗ ପୁରୁଷ ଏବଂ ପୂର୍ଣ୍ଣାଙ୍ଗ ମହିଳା ଶୌଚାଳୟ ନିର୍ମାଣ ହେବା କଥା କିନ୍ତୁ ମିଶ୍ରିତ ଆକାରରେ ପୁରୁଷ ଏବଂ ମହିଳା ଶୌଚାଳୟ  ନିର୍ମାଣ ହୋଇଛି  ।
କାର୍ଯ୍ୟ ଆରମ୍ଭ ସାମୟରେ କାର୍ଯ୍ୟସ୍ଥଳରେ କାହିଁକି ସୂଚନା ଫଳକ ଲଗା ଗଲା ନାହିଁ କାହିଁକି ଏପରି ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ ହେଲେ ବହୁ ଦୁର୍ନୀତିର ପର୍ଦାଫାସ ହୋଇ ପାରନ୍ତା  ବୋଲି ମତ ପ୍ରକାଶ ପାଇଛି ।ଏନେଇ ଯେଇଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ।
Share