F717c2fc 6afd 4bac bde2 ebc6737f0014

କଟକ : କଟକ ସହରରେ ରହୁଥିବା ମାହାଙ୍ଗା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, କ୍ରୀଡ଼ାବିତ, ଉଦ୍ୟୋଗପତି, ସାମାଜିକ କର୍ମୀ, ଶିକ୍ଷାବିତ, ସଂସ୍କୃତି ପ୍ରେମୀ ଏବଂ ଯୁବବନ୍ଧୁ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାହାଙ୍ଗା ବିକାଶ ପରିଷଦ ତରଫରୁ ଅନୁଷ୍ଠିତ ହୋଇଯାଇଅଛି l ମାହାଙ୍ଗା ବିକାଶ ପରିଷଦ ର ସଭାପତି ତଥା ମାହାଙ୍ଗା ର ବିଧାୟକ ସାରଦା ପ୍ରଧାନ ଙ୍କ ଦ୍ୱାରା ଆୟୋଜିତ ଏହି ଶାରଦୀୟ ବନ୍ଧୁ ମିଳନ କୁ ନେଇ କଟକରେ ରାଜନୈତିକ ମହଲ ରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି l ଏହି ଅବସରରେ କଟକରେ ରହୁଥିବା ମାହାଙ୍ଗା ବାସିନ୍ଦା ମାନଙ୍କ ର ବିଭିନ୍ନ ସମସ୍ୟା ଓ ମାହାଙ୍ଗା ର ବିକାଶ ରେ ସମସ୍ତେ ସାମିଲ ହେବାକୁ ବିଧାୟକ ଶ୍ରୀ ପ୍ରଧାନ ସମସ୍ତ ଙ୍କୁ ନିବେଦନ କରିବା ସହ ଆଗାମୀ ଦିନରେ କଟକର ସାମଗ୍ରିକ ବିକାଶ ରେ ମାହାଙ୍ଗା ବାସି ଏକ ଗୁରୁତ୍ୱ ପୁର୍ଣ ଭୂମିକା ନେବେ ବୋଲି ଘୋଷଣା କରିଥିଲେ !

ଶିକ୍ଷାବିତ୍ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ଆୟୋଜିତ ଏବି ଭବ୍ୟ ଶାରଦୀୟ ବନ୍ଧୁମିଳନ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜକିଶୋର ଶାସ୍ତ୍ରୀ, ବରିଷ୍ଠ ପୋଲିସ୍ ଅଧିକାରୀ ତଥା କଳାବିକାଶ କେନ୍ଦ୍ର ର ସଂପାଦକ ବିକାଶ ଚନ୍ଦ୍ର ଦାଶ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ବିଶିଷ୍ଟ କ୍ରୀଡା ସଂଗଠକ ସହଦେବ ରାଉତ୍,ମହାନଦୀବିହାର ଉନ୍ନୟନ ପରିଷଦ ର କାର୍ଯ୍ୟକର୍ତ୍ତା ବିଚିତ୍ରାନନ୍ଦ ପଣ୍ଡା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଷ୍ଟାନଡିଂ କାଉନସେଲ୍ ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମାହାଙ୍ଗା ଅଞ୍ଚଳର ବରପୁତ୍ର ମାନଙ୍କର ସାହିତ୍ୟ, ସଂସ୍କୃତି, କଳା, ଶିକ୍ଷା, ସମାଜସେବା ଓ କ୍ରୀଡା ପ୍ରଭୃତି କ୍ଷେତ୍ରରେ ଥିବା ମହନୀୟ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିବା ସହିତ କଟକର ଭାଷା, ସାହିତ୍ୟ, ଶିକ୍ଷା ଏବଂ ସଂସ୍କୃତି ର ଉନ୍ନତି ରେ ମାହାଙ୍ଗା ର ବଳିଷ୍ଠ ଓ ଅବିସ୍ମରଣୀୟ ଅବଦାନ ବିଷୟରେ ଆଲୋଚନା କରି ମାନ୍ୟବର ବିଧାୟକ ଙ୍କର୍ ଏପରି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ।

ଉପସ୍ଥିତ ସମସ୍ତ ଗୁରୁଜନ ମୂରବୀ, ଯୁବବର୍ଗ ଏବଂ ବୁଦ୍ଧିଜୀବି କଟକ ଓ ମାହାଙ୍ଗା ର ସାମଗ୍ରିକ ବିକାଶ ପାଇଁ ସାମୁହିକ ସହଯୋଗ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।ଏହି ଅବସରରେ କଟକ ମହାନଗର ନିଗମର କର୍ପୋରେଟର ତଥା ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଗଗନ ଓଝାଙ୍କୁ ମାହାଙ୍ଗା ବିକାଶ ପରିଷଦ ତରଫରୁ ସ୍ଵତନ୍ତ୍ର ଭାବେ ଉଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଚୌଦ୍ୱାର ବିଜେପି ନେତା ଶୁଭେନ୍ଦୁ ମହାନ୍ତି, ସାଂସଦଙ୍କ କଟକ ମହାନଗର ନିଗମର ପ୍ରତିନିଧି ଜ୍ୟୋତିରଞ୍ଜନ ରାୟ, ସମାଜସେବୀ ବିଜୟ ବେହେରା, ସାହିତ୍ୟ ସଂସ୍କୃତି ସଂଗଠକ ପନ୍ନଗ ଭୂଷଣ ଦାସ, ଆଇନଜୀବି କୃଷ୍ଣଚନ୍ଦ୍ର ମଲ୍ଲିକ, ଉପେନ୍ଦ୍ର ନାଥ ରଣା,ସମାଜସେବୀ କମଳାକାନ୍ତ ପ୍ରଧାନ, ଜୟନ୍ତ କୁମାର ଜେନା, ଚୌ ରମାକାନ୍ତ ପ୍ରହରାଜ ପ୍ରମୁଖ ବହୁ କଟକ ର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଏବଂ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ।

Share