Pm modi pcb

ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ ଟିମ ଇଣ୍ଡିଆ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରି ନଥିଲା । ଏହାକୁ ଭାରତର ନିରାଶା ଏବଂ ଅପମାନ ବୋଲି କହିଛନ୍ତି ନକଭୀ ।

ସୋସିଆଲ ମିଡିଆ ପୋଷ୍ଟରେ ନକଭୀ କହିଛନ୍ତି, ଯଦି ଯୁଦ୍ଧକୁ ଭାରତ ନିଜର ଗୌରବର ମାପକାଠି କରିବାକୁ ଚାହେଁ, ତେବେ ପାକିସ୍ତାନ ହାତରୁ ପରାଜୟର ଅପମାନ ଭାରତ ପାଇ ସାରିଛି । କୌଣସି କ୍ରିକେଟ ମ୍ୟାଚ୍ ସତକୁ ବଦଳାଇପାରିବ ନାହିଁ । ଯୁଦ୍ଧକୁ ଖେଳ ପଡ଼ିଆକୁ ଟାଣିବା ଭାରତର ନିରାଶା ଏବଂ ଅପମାନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି । ମୋଦିଙ୍କୁ ପୋଷ୍ଟକୁ ଟ୍ୟାଗ କରି କହିଛନ୍ତି ନକଭୀ । ଏସିଆ କପ୍ ବିଜୟ ପରେ ଟିମ ଇଣ୍ଡିଆକୁ ଶୁଭେଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଏବେ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଏସିଆ କପରେ ଦୁଇଟି ଯାକ ଦେଶ ମଧ୍ୟରେ ଖେଳ ହୋଇଥିଲା । ଭାରତ ଫାଇନାଲ ସମେତ ଏସିଆ କପରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ଆଉ ଏହି ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ବହୁତ ଗୁରୁତ୍ବପୂର୍ଣ୍ଣ ।  ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ- ଭାରତର ବିଜୟ ହୋଇଛି । ଆମ ଖେଳାଳିଙ୍କୁ ଅଭିନନ୍ଦନ ।’

Share