ସୂଚନାଥାଉକି, ଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା ପେଣ୍ଡାଲ ହୋଇଛି।
ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରହିଛି । ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା ହେବ । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ ରହିଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।

