ପ୍ରକାଶଥାଉକି, ୧୫ଜଣ ରାଜନୈତିକ ନେତାଙ୍କ ଦର୍ଶନ ପାଇଁ ଏଭଳି କରାଯାଇଥିଲା। ଚନ୍ଦନ ଲାଗି ପରେ କୌଣସି ଭକ୍ତ ଜୟ ବିଜୟ ଦ୍ୱାର ଦେଇ ଭିତର କାଠ ପର୍ଯ୍ୟନ୍ତ ଯିବା କଥା ନୁହେଁ । କିନ୍ତୁ ଆଳତି ବେଳେ ଏହି ଭକ୍ତମାନେ ଜଣେ ବରିଷ୍ଠ ସେବାୟତଙ୍କ ସହ ଭିତର କାଠ ନିକଟରେ ଦର୍ଶନ କରିଥିଲେ । ଯାହାକୁ ଗର୍ଭଗୃହରେ ଥିବା ସେବାୟତ ଘୋର ବିରୋଧ କରିଥିଲେ । ଏହା ପରେ ଶ୍ରୀମନ୍ଦିର ପୁଲିସ ସେମାନଙ୍କୁ ଫେରାଇ ଆଣିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଏଭଳି ନୀତି ବ୍ୟାଘାତ ଯୋଗୁ ହଜାରେ ବର୍ଷର ପରମ୍ପରା ଭଙ୍ଗ ହୋଇଛି । ଏପରିକି ଚନ୍ଦନ ଲାଗି ପରେ ସେବାୟତ କୁଳର କୌଣସି ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ କେହି କେବେ ଯାଇନାହାନ୍ତି। ଏଭଳି ନୀତି ବିଭ୍ରାଟକୁ ନେଇ ଗଣନାକାରୀ ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ପୁଷ୍ପାଳକ ନିଯୋଗ ସମ୍ପାଦକ ହରେକୃଷ୍ଣ ସିଂହାରୀଙ୍କ ମତ ନେବାରେ ସେ କହିଛନ୍ତି ଯେ ଏଠାରେ କୌଣସି ନୀତି ବିଭ୍ରାଟ ହୋଇନାହିଁ। ଠାକୁର ଶୟନ ପାଇଁ ଆସିବା ପୂର୍ବରୁ ଦର୍ଶନ ପାଇଁ ଯାଇଥିବା ଲୋକେ ବାହାରକୁ ଚାଲି ଆସିଥିଲେ।

