Durga puja rain 900x675 1

ଭୁବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଦଶହରା ପର୍ବ ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି (ଅକ୍ଟୋବର ୨) ଏବଂ ଅକ୍ଟୋବର ୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଘଡ଼ଘଡ଼ି ସହ ପବନ ବହିବାର ମଧ୍ୟ ପୂର୍ବାନୁମାନ କରାଯାଇଛି, ଯାହା ପୂଜା ମଣ୍ଡପ ଏବଂ ତୋରଣଗୁଡ଼ିକୁ ପ୍ରଭାବିତ କରିପାରେ।
ଆଜି ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତ (Depression) ର ରୂପ ନେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ରେ ପରିଣତ ହେବାର ପୂର୍ବାନୁମାନ କରାଯାଉଛି। ଏହି ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି : ଗୁରୁବାର ପାଇଁ ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି: କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି
ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କୁ ମଧ୍ୟ ସତର୍କ ରହିବା ଏବଂ ବର୍ଷା ସମୟରେ ଅନାବଶ୍ୟକ ଭାବେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Share