ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି ।
ସେପଟେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ଜଣ ପର୍ଯ୍ୟଟକଙ୍କୁ ବନ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଓ ପୋଲିସ ସହାୟତାରେ ୩୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମହେନ୍ଦ୍ରଗିରିର ପାଦଦେଶ ବୁରୁଖତରେ ପହଞ୍ଚାଯାଇଛି । ବର୍ତ୍ତମାନ ସେମାନେ ସବୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।

