Upendra dwivedi 1068x601

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ ନିଜ ଅଭ୍ୟାସରୁ ଦୂରେଇ ନ ରହିଲେ ବିଶ୍ଵ ମାନଚିତ୍ରରୁ ତା’ର ଚିହ୍ନବର୍ଣ୍ଣ ହଜାଇ ଦିଆଯିବ । ରାଜସ୍ଥାନର ଅନୁପଗଡ଼ରେ ସେନା ପୋଷ୍ଟରେ ଜେନେରାଲ ଦ୍ଵିବେଦୀ କହିଥିଲେ ଯେ, ଏଥର ଭାରତୀୟ ସେନା କୌଣସି ସଂଯତ ରକ୍ଷା କରିବ ନାହିଁ। ଯଦି ପାକିସ୍ତାନ ଆତଙ୍କବାଦକୁ ରୋକିବା ଦିଗରେ ପଦକ୍ଷେପ ନ ନେବ ତା’ହେଲେ ଭାରତୀୟ ସେନା ବି ଅଟକିବ ନାହିଁ। ଅପରେସନ ସିନ୍ଦୂର ୨.୦କୁ ନେଇ ବି ସେ ସଙ୍କେତ ଦେଇଛନ୍ତି।

ସେ କହିଥିଲେ, ଏଥର ଆମେ କୌଣସି ସଂଯମତା ରକ୍ଷା କରିବୁ ନାହିଁ। ଏଥର ଆମେ କିଛି ଏପରି କରିବୁ ଯେ, ପାକିସ୍ତାନର ଭୂଗୋଳ ବି ହଜିଯାଇପାରେ। ଯଦି ପାକିସ୍ତାନ ଦୁନିଆର ନକ୍ସାରେ ରହିବାକୁ ଚାହୁଁଛି, ତେବେ ତାହାକୁ ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଉଚିତ। ସେ ଭାରତୀୟ ଯବାନମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହିତ ଯଦି ଭଗବାନଙ୍କ ଇଚ୍ଛା ହୁଏ, ତେବେ ସେମାନଙ୍କୁ ଜଳଦି ଏହାର ସୁଯୋଗ ମିଳିବ ବୋଲି କହିଛନ୍ତି।

Share