ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଆଉ କିଛି ଉପାୟ ନପାଇବାରୁ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ବସ୍ ଷ୍ଟପ୍ ଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।
ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ୨ଟି ଘରେ ଏକକାଳୀନ ରେଡ୍ କରାଯାଉଛି । ଏହି ଚଢ଼ାଉରେ ଜଣେ ଡିଏସପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

