ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାକୁ ସହାୟତା ପ୍ରଦାନ ପରେ କେନ୍ଦ୍ରାପଡ଼ାର ମହାକାଳପଡ଼ାର ବିଧାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ନିମନ୍ତେ ସଂସ୍କୃତି ବିଭାଗ ତରଫରୁ ଆର୍ଥିକ ସହାୟତା ରାଶି ଯୋଗାଇଦିଆଯିବ। ସଂସ୍କୃତି ବିଭାଗ ଅଧିନସ୍ଥ ସଂସ୍କୃତି ବିଶ୍ବବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ବିଭୁତି କାନୁନଗୋ ଓ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଖାଲିଥିବା ସମସ୍ତ ପଦବୀ ଅତିଶୀଘ୍ର ପୂରଣ କରାଯିବ।
କେନ୍ଦ୍ରାପଡ଼ା ଜିଲ୍ଲାର କାଳିଦାସ ମନ୍ଦିରର ପୁନରୁଦ୍ଧାର ଦାୟିତ୍ଵ ରାଜ୍ୟ ପ୍ରତ୍ନତତ୍ତ୍ଵ ଗ୍ରହଣ କରିବ। ଭୁବନେଶ୍ଵରର ସୈନିକ ସ୍କୁଲ ନିକଟରେ ହେବାକୁଥିବା ଓଡ଼ିଆ ଅସ୍ମିତା ଭବନର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ଵିତ କରିବା ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଅଛି।

