ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି।
ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ କେରଳ-ମାହେରେ ପ୍ରବେଶ କରିଛି।

