Imd warns of heavy rain in odisha yellow alert for all 30 districts

ଭୁବନେଶ୍ଵର : ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ସୂଚନା ରହିଛି। ସେପଟେ ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ ଦକ୍ଷିଣ ଉପଦ୍ଵୀପ ଭାରତ ଏବଂ ଦକ୍ଷିଣ ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବ ଓ ଉତ୍ତର ପୂର୍ବ ବାୟୁ ଚଳନ ଆରମ୍ଭ ହୋଇଯିବ। ଫଳରେ ଦକ୍ଷିଣ ପୂର୍ବ ଉପଦ୍ଵୀପ ଅଞ୍ଚଳରେ ଉତ୍ତର ପୂର୍ବ ମୌସୁମୀ ବାୟୁ ଯୋଗୁଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share