ସୂଚନାଯୋଗ୍ୟ, ଋଷିକେଶର ମଧୁବନ ଆଶ୍ରମ ପକ୍ଷରୁ ଅକ୍ଟୋବର ୭ ତାରିଖରେ ୨୮ତମ ରଥଯାତ୍ରା କରାଯାଇଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମଠାରୁ ବାହାରି ତ୍ରିବେଣୀ ଘାଟ, ଗୁରୁଦ୍ୱାର ଶ୍ରୀଗୁରୁ ସିଂ ସଭା ରେଲୱେ ରୋଡରେ ଶେଷ ହୋଇଥିଲା । ରଥ କୌଣସି କାଠ ନୁହଁ ବରଂ ଏକ ଚାରିଚକିଆ ଯାନରେ ଚତୁର୍ଦ୍ଧା ମୂରତିଙ୍କୁ ନିଆଯାଉଥିଲା । ଏହା ବହୁ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିଲା ।
ତେବେ ଏଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବାରମ୍ବାର କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ସେପ୍ଟେମ୍ବର ୬ ତାରିଖରେ ବସିଥିବା ବୈଠକର ନିଷ୍ପତ୍ତି ମୁତାବକ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠା ସମ୍ବଳିତ ଚିଠି ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ଗଜପତି । ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଇସ୍କନକୁ ଚିଠି ଲେଖିଥିଲେ ଗଜପତି ।

