ନୂଆଦିଲ୍ଲୀ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏଭଳି ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିବା ବେଳେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଏହା ସତ୍ତ୍ବେ ବି ହମାସ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରୁଛି ଇସ୍ରାଏଲ। ଏହି ଅଭିଯୋଗ ପରେ ଏବେ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି।

