ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ବିସିସିଆଇ ପକ୍ଷରୁ ଏସିଆ କପ୍ ଟ୍ରଫି ଭାରତକୁ ଫେରାଇବା ନେଇ ନକ୍ଭିଙ୍କୁ ଇ -ମେଲ ମାଧ୍ୟମରେ ଅବଗତ କରାଯାଇଛି। ଏବେ ନକ୍ଭିଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ। ଯଦି ତାଙ୍କ ପକ୍ଷରୁ କୌଣସି ଉତ୍ତର ନମିଳେ ତେବେ ଆଇସିସିକୁ ଏକ ଇ-ମେଲ କରି ମାମଲା ଆଗକୁ ବଢାଯିବ। ଏହାର ପରିଣାମ ମଧ୍ୟ ନକ୍ଭିଙ୍କୁ ଭୋଗିବାକ୍ୁ ପଡ଼ିବ ବୋଲି ସାଇକିଆ କହିଛନ୍ତି। ନକ୍ଭି ପାକିସ୍ତାନର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରୁ ଏସିଆ କପ୍-୨୦୨୫ ଟ୍ରଫି ଆମେ ନେବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ। ଏହାର ଅର୍ଥ ନୁହେଁ ଯେ, ଟ୍ରଫିକୁ ନେଇ ପଳାଇ ଯିବା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଆଶା କରୁଛୁ ଟ୍ରଫି ଓ ପଦକ ଯଥାଶୀଘ୍ର ଭାରତକୁ ଫେରାଯିବ ବୋଲି ସାଇକିଆ କହିଛନ୍ତି।
ନିଜ ଜିଦ୍ରେ ଅଟଳ ନକ୍ଭି
ଏସିଆ କପ ଟ୍ରଫିକୁ ନେଇ ବିବାଦ େଶଷ ହେବାର ନାଁ ନେଉନାହିଁ। ଟୁର୍ଣ୍ଣାମେଣ୍ଟ ଶେଷ ହେବାର ଏଥିମଧ୍ୟରେ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ଟ୍ରଫି ଏପର୍ଯ୍ୟନ୍ତ ଚମ୍ପିଆନ ଭାରତ ପାଖରେ ପହଞ୍ଚିପାରିନାହିଁ। ଯଥାଶୀଘ୍ର ଟ୍ରଫି ଭାରତକୁ ଫେରାଇବା ନେଇ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ବିସିସିଆଇ ପକ୍ଷରୁ ଏସିସି ଅଧ୍ୟକ୍ଷ ମୋହସିନ ନକ୍ଭିଙ୍କୁ ଇ-ମେଲ ଜରିଆରେ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ନକ୍ଭି ପ୍ରତ୍ୟାଖାନ କରିଦେଇଛନ୍ତି। ଏସିଆ କପ ଟ୍ରଫି ଭାରତକୁ ତୁରନ୍ତ ହସ୍ତାନ୍ତର କରିବା ନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦ (ଏସିସି) ମୁଖ୍ୟ ମୋହସିନ ନକ୍ଭିଙ୍କୁ ଇ-ମେଲ ମାଧ୍ୟମରେ ଅବଗତ କରାଯାଇଥିଲା। ଏପରିକି ଏସିଆ କପ ଟ୍ରଫି ଯଥାଶୀଘ୍ର ନଫେରାଇଲେ ପରିଣାମ ଭୋଗିବ ବୋଲି ନକ୍ଭିଙ୍କୁ ବିସିସିଆଇ ପକ୍ଷରୁ ଚେଚାବନୀ ଦିଆଯାଇଥିଲା। ବିସିସିଆଇର ଉକ୍ତ ଚେତାବନୀକୁ ନକ୍ଭି ବେଖାତିର କରିଛନ୍ତି। ବିସିସିଅୀଇର ଚେତାବନୀକୁ ଭୟ କରିବାର ନାହିଁ। ବିସିସିଆଇରୁ କେହି ଜଣେ ଦୁବାଇ ଆସି ମୋ ଠାରୁ ଟ୍ରଫି ନେଇଯିବା ଉଚିତ ବୋଲି ନକ୍ଭି କହିଛନ୍ତି। ସୂଚନାଯୋଗ୍ୟ, ଏସିଆ କପ ଟ୍ରଫି ବର୍ତ୍ତମାନ ଦୁବାଇର ଏସିସି କାର୍ଯ୍ୟାଳୟରେ ରହିଛି। ବିନା ଅନୁମତିରେ ଉକ୍ତ ଟ୍ରଫି ସ୍ଥାନାନ୍ତର କିମ୍ବା ହସ୍ତାନ୍ତର କରାଯିବ ନାହିଁ ବୋଲି ନକ୍ଭିଙ୍କ କଡ଼ା ନିର୍ଦେଶ ରହିଛି। ବିସିସିଆଇ ନକ୍ଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବା ନିଷ୍ପତ୍ତିରେ ଅଟଳ ରହିଛି। କିନ୍ତୁ ଅନ୍ୟପଟେ ନକ୍ଭି ଏସିଆ କପ ଟ୍ରଫି ପ୍ରଦାନ କରିବା ଜିଦ୍ରେ ଅଟଳ ରହିଛନ୍ତି।

