ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବାହାରିବ ଓ ଭଲରେ ମହାପ୍ରସାଦ ସେବନ କରିହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିଛି ।
ସୋମବାର ଏନେଇ ବରିଷ୍ଠ ସେବାୟତଙ୍କ ସହ ଜିଲ୍ଲାପାଳ ଓ ଏସ୍ପି ଆଲୋଚନା କରିଛନ୍ତି । ପଞ୍ଚୁକ ସମୟରେ କେବଳ ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ନିମନ୍ତେ ପ୍ରଶାସନ ଚିନ୍ତା କରୁଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ।

