Umerkote

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ । ପୁଅ ବିଶ୍ୱନାଥ ରଜଗଣ୍ଡ ନିଜ ୮୦ବର୍ଷୀୟ ବୃଦ୍ଧ ବାପା ସାଧୁ ରଜ ଗଣ୍ଡଙ୍କୁ ସୋଇଥିବା ସମୟରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଓ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତ ଅଧୀନରେ ଥିବା ବଡ଼ବାସିନୀ ଗ୍ରାମର ସାଧୁ ରାଜଗଣ୍ଡ ବୟସ ୮୦ ବର୍ଷ, ଘରେ ଶୋଇଥିବା ସମୟରେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ମାରଣାସ୍ତ୍ରରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା । ଏହି ସମୟରେ ବାପା ସାଧୁ ଚିତ୍କାର କରିବାରୁ ଘଟଣାସ୍ଥଳରୁ ପୁଅ ଫେରାର ହୋଇ ଯାଇଥିଲା । ବାପାଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସାଧୁ ରାଜଗଣ୍ଡଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଟିମ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

Share