ଭୁବନେଶ୍ୱର : ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହେଲା ଆବେଦନ । ମାସେ ଯାଏଁ ଆବେଦନ କରି ହେବ । ଆବଶ୍ୟକ ପଡିଲେ ସମୟ ସୀମା ମଧ୍ୟ ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ରେ ଏକା ବେଳକେ ମିଳିବ ୨ଟି କିସ୍ତି। ପୂର୍ବରୁ ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନେ ମଧ୍ଯ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

