ଏହି ବୈଠକ ଶାସକ ଓ ବିରୋଧି ଦଳର ନେତାମାନେ ଯୋଗଦେବେ। ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ।
ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ। ତେବେ ଏହି ଅଧିବେଶନ ବେଶ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ଗୃହକୁ ସମ୍ବୋଧିତ କରିବା ହେବ ବେଶ ଉଲ୍ଲେଖନୀୟ ଘଟଣା।

