ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଏଥିସହ ବସକୁ ମଧ୍ୟ ନିଆଁ ଲଗାଇଦେଇଥିଲେ, ଯାହାକୁ ପରେ ଲିଭାଇ ଦିଆଯାଇଥିଲା ।
ୟୁକ୍ରେନର ବଡ଼ ଘରୋଇ କମ୍ପାନୀ, DTEK କହିଛି ଯେ ବସ୍ ଟି ଏହାର । କମ୍ପାନୀ ରୁଷ ଉପରେ ‘ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳର ରାଜଧାନ’ ଡ଼ିନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ DTEK ର ଖଣି ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିଥିବା ଅଭିଯୋଗ କରିଛି । ଏହି ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲା ଏକ କମ୍ପାନୀ ବସ୍ ଯାହା ଖଣି ଶ୍ରମିକମାନଙ୍କୁ ଡ଼ିନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ସ୍ଥାନାନ୍ତର କରିବା ପରେ ନେଇଯାଉଥିଲା, ଏହି ସମୟରେ ଆକ୍ରମଣ ଘଟିଥିଲା । ତା’ପରେ ବସ୍ ଟି ନିଆଁ ଲାଗିଗଲା ।
ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଘୋଷଣା କରିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆସନ୍ତା ସପ୍ତାହ ବୁଧବାର ଏବଂ ଗୁରୁବାର ଦିନ ଆବୁଧାବିରେ ଅନୁଷ୍ଠିତ ହେବ । ଜେଲେନ୍ସକି କହିଛନ୍ତି ଯେ, ୟୁକ୍ରେନ ବାସ୍ତବ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଯୁଦ୍ଧର ଏକ ସମ୍ମାନଜନକ ଅନ୍ତ ପାଇଁ ଆଗ୍ରହୀ । ଏହି ଘଟଣା ୟୁକ୍ରେନରେ ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିବାର ପ୍ରତିଫଳନ କରେ । DTEK ଏହାକୁ ଖଣି କ୍ଷେତ୍ର ଉପରେ ଏକ ଲକ୍ଷ୍ୟଭେଦୀ ଆକ୍ରମଣ ଭାବରେ ବର୍ଣ୍ଣନା କରିଛି, ଯାହା ୟୁକ୍ରେନର ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନୀୟ କର୍ତ୍ତୃପକ୍ଷ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ଏକ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି କହିଛନ୍ତି ।

