Indigo

ବାରାଣାସୀ : ପୁଣିଥରେ ବିମାନକୁ ବୋମା ଧମକ । ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ବିମାନ ଜରୁରୀ ଅବତରଣ କରିବା ପରେ ବୋମା ନିରୋଧକାରୀ ଟିମ, ଦମକଳ ଗାଡ଼ି ଏବଂ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ପୋଲିସ ସୂଚନା ମୁତାବକ, ହାଇଦ୍ରାବାଦରୁ ବାରାଣାସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ଏକ କାଗଜ ଖଣ୍ଡରେ ବିମାନରେ ବୋମା ଥିବା ଲେଖାଯାଇଥିଲା, ଆଉ କୌଣସି ସମୟରେ ଫାଟିଯାଇପାରେ ବୋଲି ମଧ୍ୟ ଲେଖାଯାଇଥିଲା ।

ବିମାନ ପାଇଲଟ ଦଳ ସମସ୍ତଙ୍କୁ ସୂଚନା ଦେବା ପରେ, ବାରାଣାସୀର ବାବତପୁର ବିମାନବନ୍ଦରରେ ବିମାନଟି ସୁରକ୍ଷା କାରଣରୁ ଜରୁରୀକାଳୀନ ଅବତରଣ କରିଥିଲା । ବିମାନକୁ ରନୱେରେ ଅଟକାଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା ।

ବୋମା ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ, ଦମକଳ ବିଭାଗ କର୍ମଚାରୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ଏହି ମାମଲାରେ ସୁରକ୍ଷା ଏଜେନ୍ସୀ ଯାଂଚ କରୁଛି ।

Share