ଦେଶରେ ରାଇଡ୍-ହେଲିଂ ସେବା ବଜାର ବର୍ତ୍ତମାନ ଉବର, ଓଲା ଏବଂ ରାପିଡୋ ସଂସ୍ଥା ଦ୍ୱାରା ପ୍ରାଧାନ୍ୟ ବିସ୍ତାର କରୁଛି । ଭାରତ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ସିଧାସଳଖ ଲାଭ ବଣ୍ଟନ ସହିତ ଏକ ଶୂନ୍ୟ-କମିସନ୍ ଏବଂ ମୂଲ୍ୟ ବୃଦ୍ଧି-ମୁକ୍ତ ମଡେଲରେ କାର୍ଯ୍ୟ କରିବ । ଏହା ବିଦେଶୀ ନିବେଶ ଆଧାରିତ ରାଇଡ୍-ହେଲିଂ ପ୍ଲାଟଫର୍ମର ଏକ ସ୍ୱଦେଶୀ ବିକଳ୍ପ ଭାବରେ ପ୍ଲାଟଫର୍ମକୁ ସ୍ଥାନିତ କରିବ ବୋଲି ଆଶା ରଖ ଯାଇଛି । ସମବାୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଟ୍ୟାକ୍ସି ବିଶ୍ୱର ପ୍ରଥମ ଏବଂ ସର୍ବବୃହତ ସମବାୟ-ଆଧାରିତ ରାଇଡ୍-ହେଲିଂ ପ୍ଲାଟଫର୍ମ ଏବଂ ବିଶ୍ୱର ସର୍ବବୃହତ ଡ୍ରାଇଭର-ମାଲିକାନା ଗତିଶୀଳତା ପ୍ଲାଟଫର୍ମ ଭାବରେ ଉଭା ହୋଇଛି ।
ଏହାର ପାଇଲଟ୍ ଲଞ୍ଚ ପରଠାରୁ, ଗତ ଦୁଇ ମାସରେ ତିନି ଲକ୍ଷରୁ ଅଧିକ ଡ୍ରାଇଭର ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି । ଏକ ଲକ୍ଷରୁ ଅଧିକ ବ୍ୟବହାରକାରୀ ପଞ୍ଜୀକୃତ କରିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୧୦କୋଟି ଟଙ୍କା ଚାଳକଙ୍କୁ ସିଧାସଳଖ ବଣ୍ଟନ କରାଯାଇଛି । ଏହି ପ୍ଲାଟଫର୍ମ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ଅବସର ସଞ୍ଚୟ ଏବଂ ଏକ ଉତ୍ସର୍ଗୀକୃତ ସହାୟତା ପ୍ରଣାଳୀ ମାଧ୍ୟମରେ ଚାଲାକଙ୍କ ପାଇଁ ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦିଏ ।

