Encounter

ମହାରାଷ୍ଟ୍ର : ମହାରାଷ୍ଟ୍ରର ଗଢଚିରୋଲୀରେ ଆଜି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଥିଲାବେଳେ ମହାରାଷ୍ଟ୍ର ପୋଲିସ c 60 କମାଣ୍ଡୋ ସହିଦ ହୋଇଛନ୍ତି । ଗୁଳିଚାଳନା ଯୋଗୁଁ ଜଣେ କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ସୀମାବର୍ତ୍ତୀ ଛତିଶଗଡ଼ରେ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, କମ୍ପାନୀ ନମ୍ବର ୧୦ର ଅବଶିଷ୍ଟ ମାଓବାଦୀ ସଦସ୍ୟ ଏବଂ ଛତିଶଗଡ଼ର ଏକ ଅଜ୍ଞାତ ମାଓ ସ୍କ୍ବାର୍ଡ ଉପସ୍ଥିତ ଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଭାମରାଗଡ଼ର ସବ-ଡିଭିଜନାଲ୍ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ C-60 କମାଣ୍ଡୋ ଫୋର୍ସ ନାରାୟଣପୁର-ଗଡ଼ଚିରୋଲି ଜିଲ୍ଲାର ସୀମାନ୍ତରେ ଥିବା ଫୋଡେୱାଡା ନିକଟରେ  ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଅନ୍ଧାର ରାତିରେ ନକ୍ସଲମାନେ ପୋଲିସ ବାହିନୀ ଉପରେ ଗୁଳିଚାଳନା କରିଥିଲେ । ଯାହାଫଳରେ ସୈନିକମାନେ ମଧ୍ୟ ଏହି ଗୁଳିଚାଳନାର କଡ଼ା ଜବାବ୍ ଦେଇଥିଲେ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗୁଳିଚାଳନା ଚାଲିଥିଲା । ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଆହତ ସୈନିକଙ୍କୁ ଚିକିତ୍ସା ପାଇଁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଏହି ଏନକାଉଣ୍ଟର ଚାଲିଥିବା ମଧ୍ୟରେ ଜଣେ C-60 କମାଣ୍ଡୋ ସହିଦ ହୋଇଥିଲେ ।

Share