ସାଲେପୁର: ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କଲେଜ ନିକଟସ୍ଥ ଘରୋଇ କୋଚିଙ୍ଗ ସେଣ୍ଟରରେ । ମୃତ ନାବାଳକ ହେଲେ କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡିଲୋ ଗାଁର ଓଁ ପ୍ରକାଶ ସେଠୀ । ସେ ସାଲେପୁର ଶିଶୁମନ୍ଦିର ରୋଡ଼ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ରହି ଯୁକ୍ତଦୁଇ ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀରେ ପାଠ ପଢୁଥିଲେ ।
ତେବେ ସେ ରହୁଥିବା ରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରଯାଇଥିଲା । ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କୋଚିଂସେଣ୍ଟରରେ ଅର୍ଥ ପୈଠକୁ କେନ୍ଦ୍ରକରି ପୂର୍ବରୁ ବିବାଦ ହୋଇଥିବାରୁ ଏଥିପାଇଁ ପୁଅକୁ କୋଚିଂ ସେଣ୍ଟରରେ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ମୃତକର ମାଆ । ଏପଟେ କୋଚିଂସେଣ୍ଟର କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

