Hay61 8aaaqtfpc 1024x527

ଭୁବନେଶ୍ୱର: ୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ସିଙ୍ଗିଲ୍‌ ୱିଣ୍ଡୋ ଅନୁମୋଦନ ମିଳିଛି । ୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରସ୍ତାବଗୁଡିକର ମୋଟ ବିନିଯୋଗ ପରିମାଣ ୪,୧୧୧,୮୦ କୋଟି ଟଙ୍କା ରହିଛି । ଏହା ଦ୍ୱାରା ୯,୯୨୪ଟି ନିଯୁକ୍ତି ଚାକିରି ସୃଷ୍ଟି ହେବ । ଏହି ପ୍ରକଳ୍ପ ଗୁଡିକ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର, ସୁନ୍ଦରଗଡରେ କାର୍ଯ୍ୟକାରୀ ହେବ ଏହି ପ୍ରକଳ୍ପ । ଶିଳ୍ପ ପରିବେଶକୁ ସମୃଦ୍ଧ ଓ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କୁହାଯାଇଛି ।

Share