Screenshot 2026 02 12 163622

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିଲେ ଓ ଚେତାଶୂନ୍ୟ ହୋଇପଡିଥିବା ସୂଚନା ରହିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡକାଇ ଦୁଇ ଛାତ୍ରଙ୍କୁ ଅଭିଭାବକଙ୍କ ଜିମା ଦେଇଛନ୍ତି ।

ସେପଟେ ନିଶାସକ୍ତ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ପୁଅ ଘରୁ ମଦ ପିଇକି ଆସି ନାହିଁ ବିଦ୍ୟାଳୟରେ କିଛି ପିଲାଙ୍କ ସହିତ ମିଶି ମଦ୍ୟପାନ କରିଛି । ପ୍ରଧାନ ଶିକ୍ଷକ ଏହାକୁ ଖଣ୍ଡନ କରି କହିଛନ୍ତି ମଦ ବାହାରେ ପିଇ ଆସିଥିବାର ଅନୁମାନ କରାଯାଉଛି ।
କିଛିଦିନ ତଳେ କନ୍ଧମାଳଜିଲ୍ଲା ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଖବର ଆସିଛି । ତେବେ ସ୍କୁଲରେ ଛାତ୍ର ମଦ ପିଇବା ଏକ ଚିନ୍ତାଜନକ ବିଷୟ ।

 

Share