Fire 1

ନୟାଗଡ଼: ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର ।  ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା ଦ୍ରୁତଗାମୀ କଣ୍ଟେନର। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ NH ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ।  କୃଷ୍ଣଚନ୍ଦ୍ରପୁରର ଦୁଇ ଯୁବକ ଚାନ୍ଦପୁରରୁ ବାଇକ ଯୋଗେ ଘରକୁ ଫେରୁଥିଲେ ।  ଚମ୍ପାଗଡ ଛକ ନିକଟରେ ଦ୍ରୁତ ଗତିରେ ମାଡ଼ି ଆସିଲା ଲୌହ ଦାନବ ।

ଆଉ ପଛପଟୁ ଧକ୍କା ଦେଲା । କଣ୍ଟେନରଟି ବାଇକକୁ ଧକ୍କା ଦେବା ପରେ NH ଉପରେ ହୁତୁହୁତୁ ହୋଇ ଜଳିଗଲା । ଘଟଣାସ୍ଥଳରେ ବାଟୁ ବରାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀପକ ପାତ୍ର ଗୁରୁତର ହୋଇଛନ୍ତି ।  ଦୁର୍ଘଟଣା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।  ଟାଙ୍ଗୀ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।

Share