ଜଳେଶ୍ୱର : ମୋହନ-ନବୀନ ଗୀତକୁ ନେଇ ଗଣ୍ଡଗୋଳ । କଲେଜରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ । ବାଲେଶ୍ବର ଜିଲ୍ଲା ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମହାବିଦ୍ଯାଳୟର ବାର୍ଷିକ ଉତ୍ସବ ସମାପନ ହେବା ପରେ ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା । ଏହି ସମୟରେ ଛାତ୍ର ସଂଗଠନର ଗୋଟିଏ ଦଳ ‘ହେ ନବୀନ ବାବୁ ଆମେ ତମର ଫ୍ୟାନ’ ଗୀତରେ ନାଚି ଥିଲେ । ପରେ ଅନ୍ୟ ଏକ ଗୋଷ୍ଠୀ ମୋହନଙ୍କ ଗୀତ ପରିବେଷଣ କରିବାକୁ କହିଥିଲେ । ତେବେ ଏହି ଗୀତ ଚାଲିବା କ୍ଷଣି ପୂର୍ବ ଦଳରୁ କିଛି ଛାତ୍ର ଷ୍ଟେଜକୁ ଚଢି ହୋହାଲ୍ଲା କରିଥିଲେ । ଗଣ୍ଡଗୋଳ ସମୟରେ ୪ ରୁ ଅଧିକ ଚେୟାର ଭାଙ୍ଗିଯାଇଥିବା ଜଣାପଡିଛି । କିଛି ଛାତ୍ରକୁ ପୋଲିସ ଉଠାଇ ଆଣି ଅଟକ ରଖିବା ପରେ ଛାଡ଼ି ଦେଇଥିଲା ।

